logo

ବ୍ରହ୍ମପୁର ଫିନୋ ବ୍ୟାଙ୍କରେ ଚାକିରି ଦେବା ନା ରେ ଯୁବକ ଯୁବତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ଥିବା ୨ଜଣକୁ ଗିରଫ କଲା ପୋଲିସ ।

ବ୍ରହ୍ମପୁର ଗାନ୍ଧୀନଗର ନଗରରେ ଫିନୋ ବ୍ୟାଙ୍କ ଖୋଲି ସେଥିରେ ନିଯୁକ୍ତି ନାମରେ ଯୁବକ ଯୁବତୀ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ୨ଜଣକୁ ଗିରଫ କଲା ଟାଉନଥାନା ପୋଲିସ । ଏହି ଘଟଣାରେ ପୁରୁଷୋତ୍ତମପୁର ରବି ନାରାୟଣ ମହାରଣା ଏବଂ ବ୍ରହ୍ମପୁର ପ୍ରେମନଗର ୫ମ ଲାଇନର ରିଙ୍କୁ ପାତ୍ର ଡୋକି କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନା ମୁତାବକ ଫିନୋ ବ୍ୟାଙ୍କ ଫ୍ରାଞ୍ଚାଇଜ ନେଇଥିବା ପ୍ରେମନଗରର ରିଙ୍କୁ ପାତ୍ର ଡୋକି ନିଜକୁ ମ୍ୟାନେଜର ଭାବେ ପରିଚୟ ଦେଇଥିବା ବେଳେ ତାର ସହଯୋଗୀ ରବିନାରାୟଣ ମହାରଣା ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏହି ବ୍ୟାଙ୍କରେ ଚାକିରି କରାଇ ଦେବା ପାଇଁ ଉଭୟେ ସହରର ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ୨୫୦୦ ଟଙ୍କାରୁ ୩୫୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ । ଏହା ସହିତ ଉଭୟେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ପହଞ୍ଚି ଫିନୋ ବ୍ୟାଙ୍କରେ ଚାକିରି ଦେବା ପାଇଁ କ୍ୟାମ୍ପସ କରି ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରୁଥିଲେ । ତେବେ ଦିର୍ଘ ୪ମାସ ଧରି ଯୁବକ ଯୁବତୀଙ୍କୁ ଚାକିରି ଦେଇନଥିଲା ବ୍ୟାଙ୍କ ର ଦୁଇ କର୍ମଚାରୀ । ଏନେଇ ଲୋଚାପଡା ଗ୍ରାମର କେ.ସୂମନ କୁମାର ଆଚାରୀ ଟାଉନଥାନା ରେ ଅଭିଯୋଗ କରିବା ପରେ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରି ଉଭୟ ନକଲି ଦସ୍ତାବିଜ, ପରିଚୟ ପତ୍ର ଏବଂ ଫିନୋ ବ୍ୟାଙ୍କ ନାମରେ ଥିବା ସିଲ ,ଅନେକ ଛାତ୍ରଛାତ୍ରୀଙ୍କ ବାୟୋଡାଟା ଫର୍ମ ସହିତ ପ୍ରାୟ ସାଢେ ତିନି ଲକ୍ଷ ଟଙ୍କା ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରି ତଦନ୍ତ ଜାରୀ ରଖିଛି । ବର୍ତ୍ତମାନ ସୁଦ୍ଧା ଫିନୋ ବ୍ୟାଙ୍କ ର ଏହି ଦୁଇ କର୍ମଚାରୀ ପ୍ରାୟ ୬ଲକ୍ଷ ଟଙ୍କା ରୁ ଅଧିକ ଠକି ନେଇଥିବା ବ୍ରହ୍ମପୁର ଏସପି ଡା.ସରବଣା ବିବେକ ଏମ ସୂଚନା ପ୍ରଦାନ କରିଛନ୍ତି ।

25
3443 views